Sunday, October 26, 2025

ଏ ଶ୍ରାବଣ ଆକାଶରେ ମେଘ ରଙ୍ଗ |A SHRABANA AKASARE MEGHA RANGA


💐SONG CREDIT💐 💐Song: ଏ ଶ୍ରାବଣ ଆକାଶରେ ମେଘ ରଙ୍ଗ 💐Singer: S. Jitu & Ananya 💐 Lyrics & Music: P. Sanjib Bishoyi, SVD 💐Music Arrangements: Bapi Samal 

💐FULL LYRICS💐

ହେ ହେ ହେ....ଲା ଲା ଲା ...ହୁଁ...ହୁଁ... ହୁଁ (b/g)

ଏ ଶ୍ରାବଣ ଆକାଶରେ ମେଘ ରଙ୍ଗ କି ସୁନ୍ଦର ଦୃଶ୍ୟ ବିଚରଣେ ବିହଙ୍ଗ 2x (b/g) ଝୁମି ଝୁମି, ହସି ହସି, ଗାଆନ୍ତି ନବ ଗୀତ (b) ନାଚି ନାଚି, ସଂଗେ ମିଶି, ବନ୍ଦନ୍ତି ତୁମ ନାମ (g) ସକଳ ସୃଷ୍ଟିକୁ (b), ଆ .....(g)2
ଦିଅନ୍ତି ବାରତା(b) ,ଆ ....(g)2 ତୁମେ ପ୍ରଭୁ ଶକ୍ତିମାନ (b-g)
=୧=
ନିରାକାର ପ୍ରଭୁ ତୁମେ, ବିରାଜିତ ସର୍ବ କୋଣେ ସୃଷ୍ଟିକର୍ତ୍ତା ପ୍ରଭୁ ତୁମେ, ଅଧିପତି ସଦାକାଳେ 2x (b/g) ତୁମରି ମହିମା, ତୁମ ଗୌରବ, ତୁମରି ପ୍ରେମ, ଅଟେ ଅସୀମ (g) ଏ ଶ୍ରାବଣ........(g) =2= ଏ ପବିତ୍ର ବେଦୀରେ ବିରାଜ ହୁଅ ଆଜି ଦେବାକୁ ଆଶିଷ ଆମ ଜୀବନେ ନୀତି 2x (g/b) କରୁ ଆରାଧନା (g) କରୁଛୁ ବନ୍ଦନା (g) ତୁମ ଚରଣେ ରହି (g)
ଏ ଶ୍ରାବଣ.... (b)
=ସମାପ୍ତ =

ଆସିବେ ମୋ ଯୀଶୁ ରାଜା |ASIBE MO JISU RAJA

  [Song Lyrics]



•Song - ଆସିବେ ମୋ ଯୀଶୁ ରାଜା | ASIBE MO JISU RAJA •Singer :- HUMAN SAGAR •Lyrics& Music :- AJAY KUMAR BIRO Contact ( 8917360472 ) •Music Arrangement :- BAPI SAMAL • Producer :- RAJESH SABAR & KAILASH SABAR
lyrics
ଆସିବେ ମୋ ଯୀଶୁ ରାଜା
ଅନ୍ତିମ ଦିନରେ ଦେଖ ବର ବେଶରେ
ସଜିତ ଅଛନ୍ତି ଯେତେ
ନେଇଯିବେ କନ୍ୟାଙ୍କୁ ସେ ତାଙ୍କ ସଙ୍ଗରେ....2
ବୁଦ୍ଧିମତୀ କନ୍ୟାତୁଲ୍ୟ ଜାଗ୍ରତ ହୁଅ
ଆପୋଣା ପ୍ରଦୀପ ସଙ୍ଗେ ସଯାଗୀ ରୁହ....
(1)
ପାଖେଇ ଆସିଲା ଦେଖ ଭୟଙ୍କର ଦିନ
ଉଦ୍ଧରିଣ ପାରିବେନି କେହି ତ ଜୀବନ
ଝଡିଯିବ ଆକାଶର ସୂର୍ଯ୍ୟ ଚନ୍ଦ୍ର ଗଣ
ଭୟଭୀତ, ହେଇଯିବେ ଏ ମାନବ ଗଣ...2
ଜଗତର ସବୁ କିଛି ଲୋପ ଯେ ପାଇବ
ପ୍ରଚଣ୍ଡ ଉତାପେ ପୃଥିବୀ ତରଳି ଯିବ...2
ଆସିବେ ମୋ ଯୀଶୁ ରାଜା....
(2)
କଟି କଟି ମାନବର କରିବେ ବିଚାର
ସେହି ବିଚାରରୁ ନିଜକୁ କର ଉଦ୍ଧାର
ଜୀବନ ପୁସ୍ତକେ ନାମ ଅଛି ଯଦି ତର
ନରକ ଅଗ୍ନି କୁଣ୍ଡରୁ ହେବୁ ତୁ ଯେ ପାର....2
ଜଗତର ସବୁକିଛି ଅଟେ ଯେ ଅଶାର
ସେହି ଅସାରରୁ ଫେରିଆରେ ବନ୍ଦୁ ମୋର...2
ଆସିବେ ମୋ ଯୀଶୁ ରାଜା........
=ସମାପ୍ତ =

MO JISHURAJA ASIBE |ଆସିବେ ଆସିବେ ରାଜା ମାନଙ୍କର ରାଜା |SOLMAN PAUL &ASIMA PANDA NEW CHRISTIAN LYRICS SONG| NEW SONG 2025 ||NEW CHRISTIAN ODIA SONG 2025

            

🎵Song: MO JISHURAJA ASIBE (ମୋ ଯୀଶୁରାଜା ଆସିବେ) 🎵Singer : ASEEMA PANDA & SALMAN PAUL 🎵Lyrics & Composition : DONTON RAULO (9556428641) 🎵Music Arrangement : BAPI SAMAL 🎵Producer : HEMANTH NEELAPU

             MO JISHURAJA ASIBE - LYRICS

ଆସିବେ ଆସିବେ ସର୍ବ ଜଗତର ରାଜା
ଆସିବେ ଆସିବେ ରାଜା ମାନଙ୍କର ରାଜା(2 ଥର)

ବର ବେଶରେ ମେଘରଥେ ମୋ ଯୀଶୁ ରାଜା ଆସିବେ
ମହାବିକ୍ରମେ ସାଧୁମେଳେ ମୋ ଯୀଶୁ ରାଜା ଆସିବେ (2 ଥର)
ସେତ ଆସିବେ ନିଶ୍ଚେ ଆସିବେ
ମୋତେ ନେବାକୁ ଶୀଘ୍ର ଆସିବେ ×2.....
=1=
ପ୍ରତିଜ୍ଞା ଯାହା ତାହାଙ୍କ ନୋହିବ କେବେ ବିଫଳ ଆକ୍ଷରିକ ଭାବେ ତାହା
ହୋଇବ ଶୀଘ୍ର ସଫଳ.... ×2 (g/b) ସେତ ଆସିବେ ନିଶ୍ଚେ ଆସିବେ ମୋତେ ନେବାକୁ ଶୀଘ୍ର ଆସିବେ x2 (g/b) ବର ବେଶରେ ମେଘରଥେ
ମୋ ଯୀଶୁ ରାଜା ଆସିବେ (g) ମହାବିକ୍ରମେ ସାଧୁମେଳେ
ମୋ ଯୀଶୁ ରାଜା ଆସିବେ (b) =2= ଶାନ୍ତି ରାଜ୍ୟ ଦେବା ପାଇଁ ଆଗମନ ସେ କରିବେ ସ୍ୱର୍ଗ ପୁରେ ନେବା ପାଇଁ
ମୋ ଯୀଶୁ ରାଜା ଆସିବେ.×2 (b/g)
ହୋ .. g ସେତ ଆସିବେ ନିଶ୍ଚେ ଆସିବେ ମୋତେ ନେବାକୁ ଶୀଘ୍ର ଆସିବେ 2x (b/g) ବର ବେଶରେ ମେଘରଥେ
ମୋ ଯୀଶୁ ରାଜା ଆସିବେ (b)
ମହାବିକ୍ରମେ ସାଧୁମେଳେ
ମୋ ଯୀଶୁ ରାଜା ଆସିବେ.....(g)
ମୋ ଯୀଶୁ ରାଜା ଆସିବେ.....
=ସମାପ୍ତ =

Sunday, October 19, 2025

କିନ୍ତୁ କାଲି କଅଣ ଘଟିବ ଏ କଥା କିଏ ଜାଣିବ/KINTU KHALI KANN GHATIBA


Song :- କିନ୍ତୁ କାଲି କଣ ଘଟିବ  Singer :- Sashank Sekhar  Lyrics and Music :- Tanu Limma Music Arrangement :- Bapi Samal Producer:-Andriya Mallik  

Song lyrics:-

କିନ୍ତୁ କାଲି କଅଣ ଘଟିବ ଏ କଥା କିଏ ଜାଣିବ 2
କ୍ଷଣିକର ପାଇଁ ଦୃଶ୍ୟଟିଏ ହୋଇ......
ବାଷ୍ପଟି ଯେମିତି ଅଦୃଶ୍ୟ ହୁଅଇ.......
ସେଇ ସଦୃଶ ଏଇ ମାନବ....ହୋ....
                 =1=
ଗୋଟିଏ ଦିନରେ ଗୋଟିଏ ବର୍ଷର 
ଦେଖୁଛୁ କାହିଁ ସପନ
ଭବିଷ୍ଯତ ପାଇଁ ଘୁରି ବୁଲୁ କାହିଁ
ଦିନେ ଚାଲି ଯିବ ପ୍ରାଣ 
ଜାଣିନୁ କି ସତେ ଏଇତ ଜୀବନ 
ନୁହେଁ ପରା ଚିର ଦିନ
କାହିଁକି ତୁ ଏତେ ହେଉ ବଡ଼ ପଣ 
ଜୀବନ ଅଳପ କ୍ଷଣ
ମାଟିର ଶରୀର ମାଟିରେ ମିଶିବ........
ଜୀବନର ଖେଳ ସମାପ୍ତ ହୋଇବ.......
ଏଇ ମନୁଷ୍ୟ  ଦିନେ ମରିବ....ହୋ...
            = 2=
କେଉଁଠି ରହିବି କେମିତି ବଞ୍ଚିବି
ନିତି ଭାବେ ତୋର ମନ 
କଅଣ ଖାଇବି କଅଣ ପିନ୍ଧିବି 
ବ୍ୟସ୍ତ ହୁଏ ତୋର ପ୍ରାଣ
ଆକାଶର ପକ୍ଷୀ ମାନଙ୍କୁ ଟିକିଏ 
ଆଜି ଥରେ ଭାବି ଦେଖ 
ବୁଣନ୍ତି ନାହିଁ କି କାଟନ୍ତି ବି ନାହିଁ 
ବଞ୍ଚନ୍ତି ଜୀବନ ଯାକ 
ମାଟିର ଶରୀର ମାଟିରେ ମିଶିବ........
ଜୀବନର ଖେଳ  ସମାପ୍ତ ହୋଇବ.........
ଏ କଥା ଟି ଯୀଶୁ ହିଁ ଜାଣିବ......ହୋ...
(ସମାପ୍ତ)

Friday, October 17, 2025

ସମୟ ଆଉ ନାହିଁ ବୁଝୁନୁ କାହିଁ /samaya au nahi bhujunu kahiki


 LyricLyrics By Salem Lima

ସମୟ ଆଉ ନାହିଁ ବୁଝୁନୁ କାହିଁ
ସମୟ ଗଲାଣି ବନ୍ଧୁ ଜଗତେ ଧାଇଁ(୨)
ଏ ଭବ ସାଗରୁ ଏ ପାପ ସଂସାରୁ (୨)
କେବେ ପାରିହେବୁ ତୁହି
ସମୟ ନାହିଁ ଆଉ ସମୟ ନାହିଁ (୨)
=1=
ଜାଣି ଜାଣି ତୁ ସର୍ବଦା ପାପ କରୁଅଛୁ ଭାଇ
ମିଛ ର ଏହି ସଂସାରେ କେତେ ମନ ଦେବୁ ତୁହି
ଭାବୁଚୁ ମନରେ ଯଦି ସରଗେ ରହିବି ଯାଇ
ପାପ ଯେହେତୁ କରୁଛୁ ସ୍ୱର୍ଗେ ତୋର ସ୍ଥାନନାହିଁ
ଏ ମନ୍ଦ ଜଗତୁ ଏ ମିଛ ସଂସାରୁ (୨)
କେବେ ପାରିହେବୁ ତୁହି
ସମୟ ନାହିଁ ଆଉ ସମୟ ନାହିଁ (୨)
=2=
ଫାରୁଶୀ ସାଧୁ୍କୀ ପରି ହେଉଅଛୁ ବନ୍ଧୁ କାହିଁ
ଆଗାମୀ କ୍ରୋଧ ରୁ ତୋର ରକ୍ଷା ଆଉ ଏଠି ନାହିଁ
କ୍ଷଣସ୍ଥାୟୀ ସୁଖ ପଛେ ଜୀବନ ତୋର ବିତାଇ
ହରାଇଛି ତୋ ଜୀବନ ସରଗ ସୁଖଯେ ଭାଇ
ଏ ଭବ ସାଗରୁ ଏ ପାପ ସଂସାରୁ (୨)
କେବେ ପାରିହେବୁ ତୁହି
ସମୟ ନାହିଁ ଆଉ ସମୟ ନାହିଁ (୨)
Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update