Sunday, October 19, 2025

କିନ୍ତୁ କାଲି କଅଣ ଘଟିବ ଏ କଥା କିଏ ଜାଣିବ/KINTU KHALI KANN GHATIBA


Song :- କିନ୍ତୁ କାଲି କଣ ଘଟିବ  Singer :- Sashank Sekhar  Lyrics and Music :- Tanu Limma Music Arrangement :- Bapi Samal Producer:-Andriya Mallik  

Song lyrics:-

କିନ୍ତୁ କାଲି କଅଣ ଘଟିବ ଏ କଥା କିଏ ଜାଣିବ 2
କ୍ଷଣିକର ପାଇଁ ଦୃଶ୍ୟଟିଏ ହୋଇ......
ବାଷ୍ପଟି ଯେମିତି ଅଦୃଶ୍ୟ ହୁଅଇ.......
ସେଇ ସଦୃଶ ଏଇ ମାନବ....ହୋ....
                 =1=
ଗୋଟିଏ ଦିନରେ ଗୋଟିଏ ବର୍ଷର 
ଦେଖୁଛୁ କାହିଁ ସପନ
ଭବିଷ୍ଯତ ପାଇଁ ଘୁରି ବୁଲୁ କାହିଁ
ଦିନେ ଚାଲି ଯିବ ପ୍ରାଣ 
ଜାଣିନୁ କି ସତେ ଏଇତ ଜୀବନ 
ନୁହେଁ ପରା ଚିର ଦିନ
କାହିଁକି ତୁ ଏତେ ହେଉ ବଡ଼ ପଣ 
ଜୀବନ ଅଳପ କ୍ଷଣ
ମାଟିର ଶରୀର ମାଟିରେ ମିଶିବ........
ଜୀବନର ଖେଳ ସମାପ୍ତ ହୋଇବ.......
ଏଇ ମନୁଷ୍ୟ  ଦିନେ ମରିବ....ହୋ...
            = 2=
କେଉଁଠି ରହିବି କେମିତି ବଞ୍ଚିବି
ନିତି ଭାବେ ତୋର ମନ 
କଅଣ ଖାଇବି କଅଣ ପିନ୍ଧିବି 
ବ୍ୟସ୍ତ ହୁଏ ତୋର ପ୍ରାଣ
ଆକାଶର ପକ୍ଷୀ ମାନଙ୍କୁ ଟିକିଏ 
ଆଜି ଥରେ ଭାବି ଦେଖ 
ବୁଣନ୍ତି ନାହିଁ କି କାଟନ୍ତି ବି ନାହିଁ 
ବଞ୍ଚନ୍ତି ଜୀବନ ଯାକ 
ମାଟିର ଶରୀର ମାଟିରେ ମିଶିବ........
ଜୀବନର ଖେଳ  ସମାପ୍ତ ହୋଇବ.........
ଏ କଥା ଟି ଯୀଶୁ ହିଁ ଜାଣିବ......ହୋ...
(ସମାପ୍ତ)

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update