Sunday, October 26, 2025

ଆସିବେ ମୋ ଯୀଶୁ ରାଜା |ASIBE MO JISU RAJA

  [Song Lyrics]



•Song - ଆସିବେ ମୋ ଯୀଶୁ ରାଜା | ASIBE MO JISU RAJA •Singer :- HUMAN SAGAR •Lyrics& Music :- AJAY KUMAR BIRO Contact ( 8917360472 ) •Music Arrangement :- BAPI SAMAL • Producer :- RAJESH SABAR & KAILASH SABAR
lyrics
ଆସିବେ ମୋ ଯୀଶୁ ରାଜା
ଅନ୍ତିମ ଦିନରେ ଦେଖ ବର ବେଶରେ
ସଜିତ ଅଛନ୍ତି ଯେତେ
ନେଇଯିବେ କନ୍ୟାଙ୍କୁ ସେ ତାଙ୍କ ସଙ୍ଗରେ....2
ବୁଦ୍ଧିମତୀ କନ୍ୟାତୁଲ୍ୟ ଜାଗ୍ରତ ହୁଅ
ଆପୋଣା ପ୍ରଦୀପ ସଙ୍ଗେ ସଯାଗୀ ରୁହ....
(1)
ପାଖେଇ ଆସିଲା ଦେଖ ଭୟଙ୍କର ଦିନ
ଉଦ୍ଧରିଣ ପାରିବେନି କେହି ତ ଜୀବନ
ଝଡିଯିବ ଆକାଶର ସୂର୍ଯ୍ୟ ଚନ୍ଦ୍ର ଗଣ
ଭୟଭୀତ, ହେଇଯିବେ ଏ ମାନବ ଗଣ...2
ଜଗତର ସବୁ କିଛି ଲୋପ ଯେ ପାଇବ
ପ୍ରଚଣ୍ଡ ଉତାପେ ପୃଥିବୀ ତରଳି ଯିବ...2
ଆସିବେ ମୋ ଯୀଶୁ ରାଜା....
(2)
କଟି କଟି ମାନବର କରିବେ ବିଚାର
ସେହି ବିଚାରରୁ ନିଜକୁ କର ଉଦ୍ଧାର
ଜୀବନ ପୁସ୍ତକେ ନାମ ଅଛି ଯଦି ତର
ନରକ ଅଗ୍ନି କୁଣ୍ଡରୁ ହେବୁ ତୁ ଯେ ପାର....2
ଜଗତର ସବୁକିଛି ଅଟେ ଯେ ଅଶାର
ସେହି ଅସାରରୁ ଫେରିଆରେ ବନ୍ଦୁ ମୋର...2
ଆସିବେ ମୋ ଯୀଶୁ ରାଜା........
=ସମାପ୍ତ =

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update