LyricLyrics By Salem Lima
ସମୟ ଆଉ ନାହିଁ ବୁଝୁନୁ କାହିଁ
ସମୟ ଗଲାଣି ବନ୍ଧୁ ଜଗତେ ଧାଇଁ(୨)
ଏ ଭବ ସାଗରୁ ଏ ପାପ ସଂସାରୁ (୨)
କେବେ ପାରିହେବୁ ତୁହି
ସମୟ ନାହିଁ ଆଉ ସମୟ ନାହିଁ (୨)
=1=
ଜାଣି ଜାଣି ତୁ ସର୍ବଦା ପାପ କରୁଅଛୁ ଭାଇ
ମିଛ ର ଏହି ସଂସାରେ କେତେ ମନ ଦେବୁ ତୁହି
ଭାବୁଚୁ ମନରେ ଯଦି ସରଗେ ରହିବି ଯାଇ
ପାପ ଯେହେତୁ କରୁଛୁ ସ୍ୱର୍ଗେ ତୋର ସ୍ଥାନନାହିଁ
ଏ ମନ୍ଦ ଜଗତୁ ଏ ମିଛ ସଂସାରୁ (୨)
କେବେ ପାରିହେବୁ ତୁହି
ସମୟ ନାହିଁ ଆଉ ସମୟ ନାହିଁ (୨)
=2=
ଫାରୁଶୀ ସାଧୁ୍କୀ ପରି ହେଉଅଛୁ ବନ୍ଧୁ କାହିଁ
ଆଗାମୀ କ୍ରୋଧ ରୁ ତୋର ରକ୍ଷା ଆଉ ଏଠି ନାହିଁ
କ୍ଷଣସ୍ଥାୟୀ ସୁଖ ପଛେ ଜୀବନ ତୋର ବିତାଇ
ହରାଇଛି ତୋ ଜୀବନ ସରଗ ସୁଖଯେ ଭାଇ
ଏ ଭବ ସାଗରୁ ଏ ପାପ ସଂସାରୁ (୨)
କେବେ ପାରିହେବୁ ତୁହି
ସମୟ ନାହିଁ ଆଉ ସମୟ ନାହିଁ (୨)

No comments:
Post a Comment