Sunday, June 22, 2025

ଅବାଧ୍ୟ ମଣିଷ


                                                       
  Full Lyrics

ମୁଁ ଅବାଧ୍ୟ ଅଯୋଗ୍ୟ ପାପୀ ମଣିଷ 

ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ 

ହେ ଯୀଶୁ କ୍ଷମାକର ପାପ ଦୋଷ 

ମୁଁ ଅଧମ ନଗଣ୍ୟ ଧୂଳି ସଦୃଶ 

ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ 

ହେ ଯୀଶୁ କ୍ଷମାକର ପାପ ଦୋଷ.......

=୧ =

ମନ୍ଦତାକୁ କେତେ ମୁଁ ଯେ ଭଲ ପାଇଅଛି 

ଅଧର୍ମକୁ ହୃଦେ ଧରି ବାଟ ଚାଲିଅଛି 

ତୁମ ଶିକ୍ଷା ଉପଦେଶ ଅବଜ୍ଞା କରିଛି 

ଜଗତର ପଛେ ଧାଇଁ ବିନଷ୍ଟ ହୋଇଛି.... 

ମୁଁ ଅଭାଗା ଅଲୋଡ଼ା ଶୁଖିଲା ଘାସ...୨ଥର... 

ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ ହେ ଯୀଶୁ କ୍ଷମାକର ପାପ ଦୋଷ......

=୨ =

ମନ ମୋର ନିତି ହୁଏ ଅଥୟ ଅସ୍ଥିର 

ଅବିରତ ମନ୍ଦ ମାତ୍ର ଭାବନା ମୋହର 

ବାହ୍ୟ ସିନା ଦେଖିବାକୁ ଦିଶୁଛି ସୁନ୍ଦର

 ଦୁଷ୍ଟତାରେ ପରିପୂର୍ଣ୍ଣ ଭିତର ଅନ୍ତର.... 

ମୁଁ ନିର୍ବୋଧ ଅବୋଧ ଉଡନ୍ତା ତୁଷ...୨ଥର...

 ହେ ପ୍ରଭୁ ଧୋଇ ଦିଅ ମୋ କଳୁଷ ହେ ଯୀଶୁ କ୍ଷମାକର ପାପ ଦୋଷ......

.=End=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update