Monday, July 28, 2025

ଆଗମନ କରିବେ ରାଜା


Singer :Asima & Salman Paul 

Lyrics :Donton Raudo 

Producer :Jhikon Digal 

 Full song Lyric :

ଆଗମନ କରିବେ ରାଜା... 

ଆଗମନ କରିବେ ରାଜା...

ପ୍ରସ୍ତୁତ ହୁଅ ବିଶ୍ଵାସୀଗଣ ଆଗମନ ପାଇଁ 

ଆଗମନ ପାଇଁ.... 

 ସଜ୍ଜିତ ହୁଅ ଯୀଶୁରେ ରହି ଆଗମନ ପାଇଁ 

ଆଗମନ ପାଇଁ .... 

ମେଘ ରଥରେ ଦୂତ ସାଥିରେ 

ତୁରୀ ଧ୍ୱନିରେ ସ୍ୱଗୌରବରେ ×2 

ଆଗମନ କରିବେ ରାଜା × 2

=୧=

ଆହା କେଡ଼େ ସୌଭାଗ୍ୟର ସେ ଦିନ ହେବ 

ଯେବେ ସର୍ବ ଚକ୍ଷୁ ତାଙ୍କ ଦର୍ଶନ କରିବ 

ପୁଣି କେଡ଼େ ଉଲ୍ହାସର ସେ କ୍ଷଣ ହେବ 

ପ୍ରଭୁ ସଙ୍ଗେ ବିଶ୍ୱାସୀର ଯେବେ ଭେଟ ହେବ

ଛାର ଶରୀର ଆମରି ରୂପାନ୍ତର ହେବ 

ସୂର୍ଯ୍ୟ ଚନ୍ଦ୍ର ତାରା ପରି ତେଜମୟ ହେବ

 ନିମିଷକେ ସବୁ ଦୁଃଖ ଅପସରି ଯିବ 

ଜୟ ଜୟ ଧ୍ୱନି ଶବ୍ଦେ ପୃଥିବୀ କମ୍ପିବ

ମେଘ ରଥରେ ଦୂତ ସାଥିରେ 

ତୁରୀ ଧ୍ୱନିରେ ସ୍ୱଗୌରବରେ ×2 

ଆଗମନ କରିବେ ରାଜା × 2

=୨=

ଆସ ସେହି ଦିନ ପାଇଁ ପ୍ରସ୍ତୁତ ହେବା 

ପ୍ରାର୍ଥନାରେ ସଦା ଜାଗି ଆମେ ରହିବା 

ବିଶ୍ୱାସରେ ସ୍ଥିର ରହି ତାହାଙ୍କୁ ସେବିବା 

ଶେଷ ଯାଏ ଧୈର୍ଯ୍ୟ ଧରି ଅପେକ୍ଷା କରିବା

ଜାଗତିକ ଅଭିଳାଷୁ ଦୁରେଇ ରହିବା 

ଧାର୍ମିକତା ପାଇଁ ସଦା ତୃଷିତ ହୋଇବା 

ତାହାଙ୍କର ସାକ୍ଷୀ ହୋଇ ନିତ୍ୟ ବଞ୍ଚିବା 

ସ୍ୱର୍ଗ ଯାତ୍ରୀ ହେବା ପାଇଁ ଲକ୍ଷ୍ୟ ରଖିବା.......

ମେଘ ରଥରେ ଦୂତ ସାଥିରେ 

ତୁରୀ ଧ୍ୱନିରେ ସ୍ୱଗୌରବରେ ×2 

ଆଗମନ କରିବେ ରାଜା × 2

=end=

କେମିତି ହେବି ମୁ ପାରିରେ ନାଉରି


Singer :Amit Pani 

writer :Malaya mishra 

Production :Mn Music 

 Full Lyrics

କେମିତି ହେବି ମୁଁ ପାରିହେ ନାଉରୀ 

ଯିବାକୁ ଅଛି ରେ ମୋତେ ସେପାରି (୨ଥର) 

ଯୀଶୁ..ଡାକନ୍ତି.. ମୋତେ.. ହାତ ଠାରି ଠାରି (୨ଥର) 

କେମିତି ହେବି ମୁଁ ପାରିରେ ନାଉରୀ 

ଯିବାକୁ ଅଛି ରେ ମୋତେ ସେପାରି (୨ଥର)

=୧= 

"ପାପର ସାଗରେ ଜିବନ ନାଆରେ ପାଏ ନାହିଁ ଥୟ କୁଲ.........

 ଘୋନ ଅନ୍ଧକାରେ ବିଶାଳ ସାଗରେ ହେବ କିଏ ସାହା ମୋର....."(୨ଥର)

 ମୋ ଯୀଶୁ କହନ୍ତି ପାଇବୁ ଜୀବନ (୨ଥର) 

ଦେଲେ ତୋର ମୋନ ଆତ୍ମା ଓ ଜୀବନ କରି ସମର୍ପଣ..

କେମିତି ହେବି ମୁଁ ପାରିରେ ନାଉରୀ 

ଯିବାକୁ ଅଛି ରେ ମୋତେ ସେପାରି (୨ଥର)

=୨= 

"ମୋହ ମାୟା ଭରା ଏ ଦୁନିଆ ସାରା ଦୁଇ ଦିନିଆ ଏ ମେଲ...... 

ମାଟିର ମଣିଷ ମାଟିରେ ମିଶିବ ଏହିତ କଣ୍ଢେଇ ଖେଳ......."(୨ଥର) 

ସେ ପାରି ଦୁନିଆ ଅନନ୍ତ ନିଳୀମା..(୨ଥର) 

ଦୟାସାଗର ସେ କ୍ଷମା ନିର୍ଝର ସେ କରି ଦେବେ ପାରି..

କେମିତି ହେବି ମୁଁ ପାରିରେ ନାଉରୀ 

ଯିବାକୁ ଅଛି ରେ ମୋତେ ସେପାରି (୨ଥର)

 ଯୀଶୁ..ଡାକନ୍ତି.. ମୋତେ.. ହାତ ଠାରି ଠାରି (୨ଥର) 

କେମିତି ହେବି ମୁଁ ପାରିରେ ନାଉରୀ 

ଯିବାକୁ ଅଛି ରେ ମୋତେ ସେପାରି (୨ଥର)

=end =

ଏ ସମୟ ତୋର ହରାନା ତୁ ଏଥର


Singer :Amit Pini
Producer:salim lima ,kumar montu

 Full Song 

ଏ ସମୟ ତୋର 

ହରାନା ତୁ ଏଥର (୨) 

ଚାଲିଯିବ ପ୍ରାଣ ତୋର  (୨) 

ବୁଜିଜିବ ଚକ୍ଷୁ ତୋର 

=୧= 

ମୋହ ମାୟା ଏ ଜଗତର 

ସବୁ ଯେ ଅଟେ ଅସାର 

ଧନ ଜନ ମାନ ତୋହର

 ହେବ ଦିନେ ନାରଖାର (୨)

 ସରିଯିବ ସବୁ ତୋର 

ଲିଭିଯିବ ନାମ ତୋର 

ଲିଭିଯିବ ନାମ ତୋର 

=୨ =

ହେଳା କର ନା ତୁ ଏଥର 

ଫେରିଆ ରେ ବନ୍ଧୁ ମୋର 

ଏ ସମୟ ଯେ ପ୍ରଭୁଙ୍କର 

ବୁଝିଯାରେ ଧନ ମୋର

 ସରିଯିବ ସବୁ ତୋର 

ରହିବନି କିଛି ତୋର 

ରହିବନି କିଛି ତୋର

=end=

Sunday, July 27, 2025

ପାଇଗଲି ମୁ ପ୍ରେମ ତୁମର

*Singer: Salman Paul

*Lyrics &Composition: Umakanta Digal

*Music arrangement:Bapi samal


 !! Song Lyrics !!

ଆ .... ଆ .... ଆ .. 

ଆ .... ହୋ .... ହୂଁ .... 

ଅମୂଲ୍ଯ ପ୍ରେମେ କଲ ନିଜର 

ପାଇଗଲି ମୁଁ ପ୍ରେମ ତୁମର 

ଅବାଟରେ ଯାଉଥିଲା ମନ ମୋହର 

ପ୍ରେମରେ ବାନ୍ଧିଲ ମୋତେ କରି ତୁମର  (୨) 

ଘେରିଥିଲା ମୋତେ ଅନ୍ଧକାର 

ଦ୍ୟାବଳ ଶତ୍ରୁ ଶୟତାନ ର 

ଅବାଟରେ ଯାଉଥିଲା ମନ ମୋହର 

ପ୍ରେମରେ ବାନ୍ଧିଲ ମୋତେ କରି ତୁମର(୨) 

=୧= 

କ୍ଷଣ ଅଭିଳାଷେ ମଜ୍ଜିରହୁଥିଲା ସଦା ମୋହର ଜୀବନ  (୨) ହୋ .... 

ପ୍ରେମେ ଉଦ୍ଧାରିଲ ଶୟତାନର ଫାନ୍ଦରୁ ଦେଇ ତୁମ ପ୍ରେମ 

ସତ୍ୟ  ପଥ ତୁମ ଦେଖାଇଲ 

ମନ୍ଦ ପଥୁ ମୋତେ ରକ୍ଷା କଲ 

ଅବାଟରେ ଯାଉଥିଲା ମନ ମୋହର 

ପ୍ରେମରେ ବାନ୍ଧିଲ ମୋତେ କରି ତୁମର(୨) 

=୨=

 ତୁମ ଆତ୍ମା ବିନା ଜଗତରେ ବଲୁଥିଲା ମୋହର ପରାଣ  (୨ )ହୋ .... 

ସ୍ବାର୍ଥ ପୂର୍ଣ ପାଇଁ ସଂସାର ରେ ମାତିଥିଲା ମୋହର ଏ ମନ 

ବିଧି ରୁପ ପଥ ଦେଖାିଇଲ 

ପାପ ପଥୁ ମୋତେ ରକ୍ଷା କଲ 

ଅବାଟରେ ଯାଉଥିଲା ମନ ମୋହର 

ପ୍ରେମରେ ବାନ୍ଧିଲ ମୋତେ କରି ତୁମର(୨)

=end =

ଯୀଶୁ ତୁମ ପ୍ରେମ ମୁ ଭୁଲି ଯାଇଛି |


  •  Singer - Kishan Singh(8328959973)

      • Lyrics - Kishan Singh & Enosh Singh

      • Music Composer - Enosh Singh(7815051722)

Full lyrics of the Song

ହୋ......ହୋ ..... 

ଆ......ଆ...ଆ.... 

ଯୀଶୁ ତୁମ ପ୍ରେମକୁ ଭୁଲିଯାଇଛି 

ଜଗତର ପଛେ ମୁଁ ପଡ଼ି ରହିଛି 

ପାପେପୂର୍ଣ ହୋଇ ଯାଇଛି ମୁଁ ଦୁରେଇ 

ଅନ୍ଧକାର ଭରା ହୋଇଛି ମୋ ଜୀବନ 

=୧ =

ଧନ ଜନ ମାନ ପାଇଁ ଆଜିମୁଁ 

ଯାଇଛି ଅବାଟରେ 

ନିଜ ଶକ୍ତି ବୁଦ୍ଧି ବଳେ ଆଜିମୁଁ 

ଚାଲିଛି ବିପଥରେ   (୨ ଥର )

ଅସହାୟ ମୁଁ ହୋଇ ରହିଛି ଏ ଜଗତେ 

ନିରୂପାୟ ମୁଁ ହୋଇ ରହିଛି ଏ ସଂସାରେ 

=୨ =

ମୋହମାୟା ଜଞ୍ଜାଳରେ ମାତି ମୁଁ 

ତୁମକୁ କରିଛି ପର 

କିଛି କ୍ଷଣ ସୁଖ ପାଇଁ କରିଛି 

ତୁମକୁ ହତାଦର  (୨ ଥର )

ତଥାପି ମୋ ପ୍ରଭୁ ସହିଷ୍ଣୁ ମୋତେ ହେଲେ 

ଆପଣା ଅନୁଗ୍ରହେ ନୂଆ ଜୀବନ ଦେଲେ

=end =

ଜଗତର ନାଥ ମୋ ଯୀଶୁ ପ୍ରଭୁ

Song: Dukhira Natha / ଦୁଃଖୀର ନାଥ (Psalterium-23) 

🎶 Singer : S Jitu (Ollywood) 

🎶 Lyrics & Music : Sundar Kumar

 📃 Lyrics✍

ଜଗଥର ନାଥ ମୋ ଯୀଶୁ ପ୍ରଭୁ ...

ଦୁଃଖିର ନାଥ ....ମୋହା ...ପ୍ରଭୁ .....

ବଞ୍ଚିବି ଯଦି ଯୀଶୁ ତୁମ ପାଇଁ.. 

ମରିବି ଯଦି ଯୀଶୁ ତୁମ ଲାଗି.. 

ଭଲପାଇ ମତେ ପ୍ରଭୁ ତୁମେ ନିଜର କଲ.. 

ହୃଦୟ ରେ ମୋର ଶାନ୍ତି ଦେଇ.. 

ସାହରା ହେଲ.. 

ହେ ମୋର ଜଗତ ନାଥ ତୁମ୍ଭଠାରେ ମୋର ନିଶ୍ୱାସ... 

ହେ ମୋର ଦୁଃଖୀର ନାଥ ତୁମ୍ଭଠାରେ ମୋର ବିଶ୍ୱାସ..

                 =1=

ପବନ ପରି ମୋ ଜୀବନେ ବିପଦ.. 

ମୋ ପାଖେ ପାଖେ ଖାଲି ରହୁଥିଲା.. 

ଦିନ ପରି ଦିନ ମୁଁ ଖୋଜିବୁଲୁ ଥିଲି.. 

ତଥାପି ଶାନ୍ତି ମିଳୁନ ଥିଲା.... 

ଭଲପାଇ ମତେ ପ୍ରଭୁ ତୁମେ, ନିଜର କଲ 

ହୃଦୟ ରେ ମୋର ଶାନ୍ତିଦେଇ ସାହାରା ହେଲ.. 

ହେ ମୋର ପ୍ରାଣର ନାଥ ତୁମ୍ଭଠାରେ ମୋର ନିଶ୍ୱାସ 

ହେ ମୋର ଦିନ ନାଥ ତୁମ୍ଭଠାରେ ମୋର ବିଶ୍ୱାସ...

=2=

ଜାଣିଗଲି ପ୍ରଭୁ ତୁମେ ଏକା ଇଶ୍ୱ ମୋ ଜୀବନର ସାହାରା.. 

ମୋ ଚରଣ ପାଇଁ ତୁମ ବାକ୍ୟ ପ୍ରଭୁ.. 

ଅନ୍ଧାର କୁ ଆଲୋକ ଦେଲା.... 

ଭଲପାଇ ପ୍ରଭୁ ମତେ ତୁମେ, ନିଜର କଲ 

ହୃଦୟରେ ମୋର ଶାନ୍ତିଦେଇ ସାହାରା ହେଲ.. 

ହେ ମୋର ଜଗତ ନାଥ ତୁମ୍ଭଠାରେ ମୋର ନିଶ୍ୱାସ 

ହେ ମୋର ପ୍ରଣାର ନାଥ ତୁମ୍ଭଠାରେ ମୋର ବିଶ୍ୱାସ...

=END=

Sunday, July 13, 2025

ଅଢେଇ ଦିନର ଜୀବନ

Singer :Sushank  Sekhar 

producer :Jayab  Nayak                                             

                                     LYRICS

ଆ...... ଆ..... ଆ..... ହୋ....... ହୋ...

     ଏ ଜିବନ   ତୋ ଜୀବନ .....×୨

ବନ୍ଧୁ ଆଜି ଅଛି କାଲି ନାହିଁ ତୋ ଜୀବନ 

ଅଢେଇ ଦିନର ଅଟେ ବନ୍ଧୁ ତୋ ଜୀବନ...୨ 

ରହିବନି ଏଠି ଦିନେ ତୋର ପ୍ରାଣ ହୋ...... ହୋ....

=୧=

ଜଗତର ସୁଖ ପାଇ ଅସାରରେ ମଜି ରହି 

ଯୀଶୁଙ୍କ କୃଷୀୟ ପ୍ରେମ ଭୁଲି ଯାଇଛୁ ତୁ ଆଜି 

ଯୀଶୁଙ୍କ ନାମ କୁ ବନ୍ଧୁ ମିଛ ରେ ସ୍ବୀକାର କରି 

ଯୀଶୁଙ୍କ ଠାରୁ ତୋ ମନ ବହୁ ଦୂରକୁ ଯାଇଛି 

ଯେବେ କବରକୁ ଯିବ ବନ୍ଧୁ ତୋ ଶରୀର 

ଯୀଶୁଙ୍କ ପାଇଁ କଣ କରିବ ତୋର ପ୍ରାଣ..୨ 

କବରରେ ନାହିଁ ଆଉ କୌଣସି ଜ୍ଞାନ ହୋ......ହୋ... 

=୨=-

ଅନୁଗ୍ରହ ର ସମୟ ଅତିବାହିତ ହେଉଛି 

ସମୟର ଚକ୍ର ବନ୍ଧୁ ଘୁଞ୍ଚି ଘୁଞ୍ଚି ତ ଯାଉଛି 

ଯୀଶୁଙ୍କ ବିଚାର ଦିନ ଯେତେ ପାଖେଇ ଆସୁଛି 

ଜଗତରେ ପାପ କର୍ମ ତୋହର ବଢ଼ି ଚାଲିଛି 

କେତେ ଜାଗତିକ କର୍ମେ ଲିପ୍ତ ଥିବ ତୋ ମନ 

କେତେ ଯୀଶୁଙ୍କ ଠାରୁ ଦୂରକୁ ଯିବ ତୋ ପ୍ରାଣ...୨ 

ଫେରା ଆଜି ଯୀଶୁ ପାଶେ ତୋର ମନ ହୋ.......

 ହୋ...... ହୋ........

=end =

           Thank you 🙏

ଦୁଷ୍ଟ ଆତ୍ମା ଠାରୁ ରକ୍ଷା କର



Singer :Shusank Shekar

PRODUCER:Amit Badanayak                      

                                         FULL LYRICS

ରକ୍ଷା କର ରକ୍ଷା କର 

ରକ୍ଷା କର ରକ୍ଷା କର ପ୍ରଭୁ.. 

ଦୁଷ୍ଟ ଆତ୍ମା ଠାରୁ ରକ୍ଷା କର 

କରୁଛି ଗର୍ଜନ ଶତ୍ରୁ ଶୟତାନ...(୨ଥର) 

ଗ୍ରାସିବାକୁ ପ୍ରାଣ ଆମର........

=୧=

ଚାରିଆଡ଼େ ଶୟତାନ ବିଛାଇଛି ଜାଲ 

ମାୟା ଜାଲେ ଧରିବାକୁ କରୁଛି କୋୖଶଳ... 

ଆୟତ୍ତରେ ରଖିବାକୁ ଦୁଷ୍ଟ ଦିଆବଳ

 ପ୍ରୟୋଗ ସେ କରୁଅଛି ତାର ନିଜ ବଳ... 

ହେ ଯୀଶୁ ରାଜନ ତୁମେ ଏକା ଆମ...(୨ଥର) 

ସୁରକ୍ଷାର ଦୃଢ଼ ପ୍ରାଚୀର.......

=୨=

ଆତ୍ମୀକତା ଜୀବନକୁ ନଷ୍ଟ ସେ କରୁଛି

 ବାକ୍ୟ ଧ୍ୟାନ ପ୍ରାର୍ଥନାରୁ ଦୂରେଇ ରଖୁଛି 

ପ୍ରଲୋଭନ ଦେଖାଇ ସେ ମନ ଭୁଲାଉଛି 

ତା ଆଡ଼କୁ ଟାଣିବାକୁ ଫାନ୍ଦ ପାତୁଅଛି 

ଲାଗୁଅଛି ଭୟ ନୁହେଁ କେ ସହାୟ...(୨ଥର)

ତୁମେ ଏକା ସାହା ଆମର........

=end=

ସର୍ବହରା ଗଲି ସାଜି ମୁ

SINGER :Suhank Shekar 

Producer :PRASAD LIMA

    Lyrics 

ପରିତ୍ଯକ୍ତ ପାପେ ଆଜି ମୁଁ ପାପେ ଆଜି

 ସର୍ବହରା ଗଲି ସାଜି ମୁଁ ଗଲି ସାଜି 

ପାପ ପଥେ ନିତି ଚାଲି ହଜି ଗଲି ମୁ 

ତୁମ ବିରୁଦ୍ଧରେ ଯାଇ ହାରି ଗଲି ମୁ 

ସରି ଗଲି ମୁ ସରି ଗଲି ପରିତ୍ଯକ୍ତ......

=୧=

କ୍ଷଣିକର ସୁଖ ପାଇଁ ଭୁଲି ତୁମ ପ୍ରେମ 

ବିଳାସବ୍ୟସନେ ନିତି କାଟିଲି ଜୀବନ

 ମିଛ ମାୟା ଏ ସଂସାର ସବୁ ଯେ ଅସାର

 ତୁମେ ସତ୍ଯ ଚିରନ୍ତନ ଅସାର ରେ ସାର 

ହେ ପ୍ରାଣନାଥ ଧରି ମୋ ହାତ ପାପରୁ କର ଉଦ୍ଧାର... 

ପରିତ୍ଯକ୍ତ ....

=୨=

ପାପାତ୍ମର ମାୟା ଜାଲେ ଯାଇଅଛି ପଡ଼ି 

କୁକ୍ରିୟା ଓ କଳୁଷରେ ରହିଛି ମୁଁ ବୁଡ଼ି

 ଆଣ୍ଠୁ ଭାଙ୍ଗି ଅନୁତାପେ କରୁଛି ରୋଦନ

 ଆହେ କ୍ଷମାମୟ ମୋର ପାପ କ୍ଷମା କର 

ତବ ରକତେ ଧୋଇ ହେ ମୋତେ ସମ୍ପୂର୍ଣ୍ଣ କର ନୂତନ... 

ପରିତ୍ୟକ୍ତ...

=End=

ତୁମେ ଏକା ମୋ ସାହାରା

                                                              




  Singer :Sushak Shekar

  Producer:manata pradhan

                                                                                         LYRICS

ସାହାରା...... ମୋ ସାହାରା...... 

ତୁମେ ଏକା ମୋ.. ସାହାରା 

ଅସାର ଏ ଦୁନିଆରେ,ତୁମେ ଏକା ମୋ ସାହାରା 

ପାପ ଭରା ଜଗତରେ,ତୁମେ ଏକା ମୋ ସାଥିପରା-୨ 

ଏ ଜଗତେ ଯୀଶୁ ମୋର, କେହି ନାହିଁ ମୋ ନିଜପରା -୨ 

ସାହାରା......ମୋ ସାହାରା.......... 

ତୁମେ ଏକା ମୋ... ସାହାରା -୨

 ( 1 ) 

ଆକୁଳେ ଯେବେ ବୁଲିଲୀ ମୁଁ ଯେ, ପାଇବାକୁ ମୁଁ ସାହାରା 

ପାଇଲିନୀ ମୁଁ ଜଗତେ ଯୀଶୁ, କାହାଠାରେ ଆଶ୍ରା ପରା 

ତୁମେ ଏକା ମୋ ସାହା ଭରଷା, ମୋହର ଜୀବନ ସାରା 

ଏଣୁ ଡାକୁଛି ତୁମକୁ ପ୍ରଭୁ, ପାଇବାକୁ ତୁମ ଆଶ୍ରା 

(ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା -୨) 

ସାହାରା....... ମୋ ସାହାରା.......

ତୁମେ ଏକା ମୋ... ସାହାରା -୨

 ( 2 ) 

ଗର୍ତ୍ତକୁ ମୁଁ ଯେ ଗମନ କଲେ, ମୋର ରକ୍ତରେ କି ଲାଭ 

ଧୂଳିକି ତୁମ୍ଭ କବରେ ଯୀଶୁ, ପ୍ରଶଂସା କରିପାରିବ 

ଏଣୁ ମୋ ପ୍ରାଣ ତୁମ୍ଭ ହସ୍ତରେ, କରୁଅଛି ସମର୍ପିତ 

ଉଦ୍ଧାର କର ହେ ଦିନନାଥ, ଶୁଣ ହେ ମୋହର ଡାକ

 (ଏ ଜଗତେ ଯୀଶୁ ମୋର କେହି ନାହିଁ ତୁମ ବିନା ପରା -୨) 

ସାହାରା........ ମୋ ସାହାରା..........

 ତୁମେ ଏକା ମୋ... ସାହାରା -୨ 

  ( ସମାପ୍ତ )

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update