Singer :Shusank Shekar
PRODUCER:Amit Badanayak
FULL LYRICS
ରକ୍ଷା କର ରକ୍ଷା କର
ରକ୍ଷା କର ରକ୍ଷା କର ପ୍ରଭୁ..
ଦୁଷ୍ଟ ଆତ୍ମା ଠାରୁ ରକ୍ଷା କର
କରୁଛି ଗର୍ଜନ ଶତ୍ରୁ ଶୟତାନ...(୨ଥର)
ଗ୍ରାସିବାକୁ ପ୍ରାଣ ଆମର........
=୧=
ଚାରିଆଡ଼େ ଶୟତାନ ବିଛାଇଛି ଜାଲ
ମାୟା ଜାଲେ ଧରିବାକୁ କରୁଛି କୋୖଶଳ...
ଆୟତ୍ତରେ ରଖିବାକୁ ଦୁଷ୍ଟ ଦିଆବଳ
ପ୍ରୟୋଗ ସେ କରୁଅଛି ତାର ନିଜ ବଳ...
ହେ ଯୀଶୁ ରାଜନ ତୁମେ ଏକା ଆମ...(୨ଥର)
ସୁରକ୍ଷାର ଦୃଢ଼ ପ୍ରାଚୀର.......
=୨=
ଆତ୍ମୀକତା ଜୀବନକୁ ନଷ୍ଟ ସେ କରୁଛି
ବାକ୍ୟ ଧ୍ୟାନ ପ୍ରାର୍ଥନାରୁ ଦୂରେଇ ରଖୁଛି
ପ୍ରଲୋଭନ ଦେଖାଇ ସେ ମନ ଭୁଲାଉଛି
ତା ଆଡ଼କୁ ଟାଣିବାକୁ ଫାନ୍ଦ ପାତୁଅଛି
ଲାଗୁଅଛି ଭୟ ନୁହେଁ କେ ସହାୟ...(୨ଥର)
ତୁମେ ଏକା ସାହା ଆମର........
=end=

No comments:
Post a Comment