Lyrics :Donton Raudo
Producer :Jhikon Digal
Full song Lyric :
ଆଗମନ କରିବେ ରାଜା...
ଆଗମନ କରିବେ ରାଜା...
ପ୍ରସ୍ତୁତ ହୁଅ ବିଶ୍ଵାସୀଗଣ ଆଗମନ ପାଇଁ
ଆଗମନ ପାଇଁ....
ସଜ୍ଜିତ ହୁଅ ଯୀଶୁରେ ରହି ଆଗମନ ପାଇଁ
ଆଗମନ ପାଇଁ ....
ମେଘ ରଥରେ ଦୂତ ସାଥିରେ
ତୁରୀ ଧ୍ୱନିରେ ସ୍ୱଗୌରବରେ ×2
ଆଗମନ କରିବେ ରାଜା × 2
=୧=
ଆହା କେଡ଼େ ସୌଭାଗ୍ୟର ସେ ଦିନ ହେବ
ଯେବେ ସର୍ବ ଚକ୍ଷୁ ତାଙ୍କ ଦର୍ଶନ କରିବ
ପୁଣି କେଡ଼େ ଉଲ୍ହାସର ସେ କ୍ଷଣ ହେବ
ପ୍ରଭୁ ସଙ୍ଗେ ବିଶ୍ୱାସୀର ଯେବେ ଭେଟ ହେବ
ଛାର ଶରୀର ଆମରି ରୂପାନ୍ତର ହେବ
ସୂର୍ଯ୍ୟ ଚନ୍ଦ୍ର ତାରା ପରି ତେଜମୟ ହେବ
ନିମିଷକେ ସବୁ ଦୁଃଖ ଅପସରି ଯିବ
ଜୟ ଜୟ ଧ୍ୱନି ଶବ୍ଦେ ପୃଥିବୀ କମ୍ପିବ
ମେଘ ରଥରେ ଦୂତ ସାଥିରେ
ତୁରୀ ଧ୍ୱନିରେ ସ୍ୱଗୌରବରେ ×2
ଆଗମନ କରିବେ ରାଜା × 2
=୨=
ଆସ ସେହି ଦିନ ପାଇଁ ପ୍ରସ୍ତୁତ ହେବା
ପ୍ରାର୍ଥନାରେ ସଦା ଜାଗି ଆମେ ରହିବା
ବିଶ୍ୱାସରେ ସ୍ଥିର ରହି ତାହାଙ୍କୁ ସେବିବା
ଶେଷ ଯାଏ ଧୈର୍ଯ୍ୟ ଧରି ଅପେକ୍ଷା କରିବା
ଜାଗତିକ ଅଭିଳାଷୁ ଦୁରେଇ ରହିବା
ଧାର୍ମିକତା ପାଇଁ ସଦା ତୃଷିତ ହୋଇବା
ତାହାଙ୍କର ସାକ୍ଷୀ ହୋଇ ନିତ୍ୟ ବଞ୍ଚିବା
ସ୍ୱର୍ଗ ଯାତ୍ରୀ ହେବା ପାଇଁ ଲକ୍ଷ୍ୟ ରଖିବା.......
ମେଘ ରଥରେ ଦୂତ ସାଥିରେ
ତୁରୀ ଧ୍ୱନିରେ ସ୍ୱଗୌରବରେ ×2
ଆଗମନ କରିବେ ରାଜା × 2
=end=

No comments:
Post a Comment