"lyrics "
ବାଟୋଇ .....
କାହିଁ ତୁ ଯାଉଛୁ ଧାଇଁ ...
କି ସୁଖ ପାଇବା ପାଇଁ ...
ବାଟୋଇ .....
କାହିଁ ତୁ ଯାଉଛୁ ଧାଇଁ ...
କି ସୁଖ ପାଇବା ପାଇଁ ...-2 ଥର
ଯାହା ତୁ ବୁଣିଛୁ ତାହା ହିଁ କାଟିବୁ
ଭିନ୍ନ ତୋ ପାଇବୁ ନାହିଁ -ହୋ -2 ଥର
ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା
କାହାଠାରେ ଭରସା ନାହିଁ
ବାଟୋଇ ...
=1=
ଶୁଣିଛୁ କି କେବେ ,ସେ ଦୁଖ କାହାଣୀ
କାଲବରୀ କ୍ରୁଶ କଥା ...
ତୋର ପାପ ଭାର ବହିନେଇ ଯୀଶୁ
ଛାଡ଼ିଥିଲେ ଗୋଲ ଗତା -2 ଥର
ଯୀଶୁ ହିଁ ଅଟନ୍ତି ଦୟାର ସାଗର
ପାପ ଜଗତରୁ କରିବେ ଉଦ୍ଧାର
ତାଙ୍କ ବିନା ମୁକତି ନାହିଁ
ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା
କାହାଠାରେ ଭରସା ନାହିଁ-2 ଥର
ବାଟୋଇ ...
=2=
ଚିହ୍ନି ପରିଲୁନି ଯୀଶୁଙ୍କ ପ୍ରେମକୁ
ମାତିଲୁ ମାୟା ଜଗତେ
ଶାନ୍ତି ପାଇବାକୁ ଦୁନିୟା ବୁଲିଲୁ
କିଏ ଦେବ ଶାନ୍ତି ତତେ -ହୋ -2 ଥର
ଛାଡିଦେ ଭରସା ଛାର ଦୁନିଆ କୁ
ଯୀଶୁଙ୍କ ଚରଣେ ସମର୍ପି ନିଜକୁ
ପାଇବୁ ଅନନ୍ଦ ତୁହି ...
ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା
କାହାଠାରେ ଭରସା ନାହିଁ-2 ଥର
ବାଟୋଇ ...
କାହିଁ ତୁ ଯାଉଛୁ ଧାଇଁ ...
କି ସୁଖ ପାଇବା ପାଇଁ ...
ବାଟୋଇ .....
କାହିଁ ତୁ ଯାଉଛୁ ଧାଇଁ ...
କି ସୁଖ ପାଇବା ପାଇଁ ...-2 ଥର
ଯାହା ତୁ ବୁଣିଛୁ ତାହା ହିଁ କାଟିବୁ
ଭିନ୍ନ ତୋ ପାଇବୁ ନାହିଁ -ହୋ -2 ଥର
ଏହି ପରା ଦୁନିଆ ସବୁ ଅଟେ ମିଛ ମାୟା
କାହାଠାରେ ଭରସା ନାହିଁ -2 ଥର
ହୋ ..... ହୋ ....ହୋ ...
=ସମାପ୍ତ =

No comments:
Post a Comment