Lyrics -
ଶୁଣ ହେ ଶୁଣ ହେ ବନ୍ଧୁଗଣ -୨
ଆନନ୍ଦ ଜନକ ଶୁଭ ବାରତା ଶୁଣ -୨
ଦାଉଦ ସନ୍ତାନ ଇଶ୍ୱରନନ୍ଦନ ରାଜାଧି ରାଜନ
ଆଜି ଜନମି ଅଛନ୍ତି ଆମ ଯୀଶୁ ରାଜନ
ଆଜି ଜନମି ଅଛନ୍ତି ଆମ ଯୀଶୁ ରାଜନ
ଉଦ୍ଧାର କରତା ସେ ଯେ ଆମ ଇଶ୍ଵନନ୍ଦନ
ଜନମି ଅଛନ୍ତି ଆମ ଯୀଶୁ ରାଜନ (୧)
=1=
ଇଶ୍ୱରଙ୍କର ସେତ ଏକ ମାତ୍ର ପ୍ରିୟ ପୁତ୍ର
ସରଗରୁ ଆସିଛନ୍ତି ହୋଇ ସେ ଦେହବନ୍ତ
ପ୍ରଭୁ ମାନଙ୍କର ପ୍ରଭୁ ସେ ଯେ ଆମର
ରାଜା ସିଏ ଅଟନ୍ତି ସାରା ଜଗତର
ଅନାଦି ଅନନ୍ତ ଏକମାତ୍ର ପ୍ରଭୁ ସତ୍ୟ ସନାତନ
ଆଜି ଜନମି ଅଛନ୍ତି ଆମ ଯୀଶୁ ରାଜନ
ଆଜି ଜନମି ଅଛନ୍ତି ଆମ ଯୀଶୁ ରାଜନ
ଉଦ୍ଧାର କରତା ସେ ଯେ ଆମ ଇଶ୍ଵନନ୍ଦନ
ଜନମି ଅଛନ୍ତି ଆମ ଯୀଶୁ ରାଜନ (୨)
=2=
କରିବା ଆସ ସରବେ ତାଙ୍କରି ଜୟଗାନ
କମ୍ପି ଉଠୁ ଆଜି ଏହି ଧରା କାନନ
ଉଦ୍ଧାର କରତା ସେଯେ ପାପି ମାନବ ଜାତିର
ଦେଖେଇବେ ସେତ ପଥ ସରଗର
ଚାଲ ବନ୍ଧୁଗଣ ଦେଇ ଆତ୍ମାମନ କରିବା ପ୍ରଣାମ
ଆଜି ଜନମି ଅଛନ୍ତି ଆମ ଯୀଶୁ ରାଜନ
ଆଜି ଜନମି ଅଛନ୍ତି ଆମ ଯୀଶୁ ରାଜନ
ଉଦ୍ଧାର କରତା ସେ ଯେ ଆମ ଇଶ୍ଵନନ୍ଦନ
ଜନମି ଅଛନ୍ତି ଆମ ଯୀଶୁ ରାଜନ (2TH)
=ସମାପ୍ତ=

No comments:
Post a Comment