Tuesday, December 9, 2025

SARAGA RAJANA SARAGU ASILE ULAI ||AMIT PANI NEW CHRISTIAN LYRICS ODIA SONG| NEW SONG 2025 || JISU JANAMA DINA SONG ||ସରଗ………ନନ୍ଦନ…

Gospel Singer Amit Pani Music - Babun Pani & Jeebit Pani Lyrics - Jugal kishor pradhan Arrangement - Bapi Samal :~ Banner - Amit Pani Official

 Full Song

ସରଗ………ନନ୍ଦନ…………

ସରଗ   ନନ୍ଦନ

ସରଗୁ ଆସିଲେ  ଓହ୍ଲାଇ  (2th)

ରାଜାଧି ରାଜନ ଜଗତେ ଶିଶୁ ରୂପ ନେଇ

ଅନ୍ଧାର ଆଜି ଗଲା ଉଭେଇ

ମରଣ ଭୟ ଗଲା ଦୁରେଇ (2th)

ସରଗ ନନ୍ଦନ ସରଗୁ...........

ପ୍ରତି ଓଠେ ଜୟ ଗୀତ ଧରା ଆଜି ଉଲ୍ଲସିତ

ସାରା ସୃଷ୍ଟି ଗାଏ ଆନନ୍ଦେ ପ୍ରଶଂସା ଗୀତି (2th)

=1=

ନିରୂପିତ କାଳ ପୂର୍ଣ୍ଣ ହୁଅନ୍ତେ

ପ୍ରତିଜ୍ଞାତ ଶିଶୁ ଆସିଲେ ଜଗତେ

ସ୍ଵର୍ଗାଧିପତି ସେ ଈଶ୍ୱର ହୋଇ

ପରିତ୍ରାଣ ଦେବେ ମାନବ ପାଇଁ

ଏଡ଼େ ପ୍ରେମ କଲେ ଜଗତ ପାଇଁ

ସେ ମହା ପ୍ରେମର ତୁଳନା ନାହିଁ

ମହିମା ସ୍ତୁତି ସଙ୍ଗୀତ ଗାଇ

ଆସ ତ୍ରାତାଙ୍କୁ ଭେଟିବା ଯାଇ (2th)

ସରଗ   ନନ୍ଦନ

=2=

ପ୍ରକାଶିତ ହେଲେ ଜଗତ ଜ୍ୟୋତି

ଆଲୋକ ଦେଖିଲେ ଅନ୍ଧାର ବାସୀ

ହୋ .. କର୍ତ୍ତତ୍ୱ ଭାରକୁ ସ୍କନ୍ଧରେ ନେଇ

ଆସିଲେ ଧରାରେ ମସିହ ସେହି

ଉର୍ଦ୍ଧରେ ମହିମା ଜଗତେ ଶାନ୍ତି

ସରଗ ବାହିନୀ ଗାଇଲେ ଗୀତି

ଏହି ମଙ୍ଗଳ ବାରତା ନେଇ 

ସଭିଙ୍କୁ ଆଜି କହିବା ଯାଇ (2th)

ସରଗ   ନନ୍ଦନ

=ସମାପ୍ତ=

No comments:

Post a Comment

Powered By Blogger

Letest Post

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN ODIA SONG||LYRICS FAVORITE SONG ||NEW CHRISTIAN ODIA 2026

HALELUYA GAUTHIBI MU CHRISTIAN ODIA SONG ||DEVOTIONAL ODIA NEW SONG ||GOODFRIDAY SONG 2026||HALELUYA GAUTHIBI MU NEW DEVOTIONAL CHRISTIAN OD...

Letest Update