Full Lyrics
ନରକ ଦଣ୍ଡ ..ଅଛି ବନ୍ଧୁ ସୁନିଶ୍ଚିତ ..
ହୁଅ ଜାଗ୍ରତ..
ନରକ ଦଣ୍ଡ ଅଛି ବନ୍ଧୁ ସୁନିଶ୍ଚିତ ହୁଅ ଜାଗ୍ରତ..(୨ଥର)
କେବଳ ଥରେ ରହିଛି ଜନମ ମୃତ୍ୟୁ
ବିଚାର ପରେ ରହିଛି ଦ୍ଵିତୀୟ ମୃତ୍ୟୁ...(୨ଥର)
ବାଇବଲ କହେ ଆଜି ଏ କଥା ସତ...
ଏ କଥା ସତ..
=୧ =
ବିଚାର ସମୟରେ ପାପୀ ସାବ୍ୟସ୍ତ ହେଲେ
ନରକେ ସେ ନିକ୍ଷେପ ହେବ
ଦୋଷ କଳୁଷ ଥିଲେ ଅଧର୍ମ ଦେଖା ଦେଲେ
ପାତାଳ କୁଣ୍ଡରେ ପଡ଼ିବ...
ବାଳୁଙ୍ଗା ସମ ହେଲେ ଅଗାଡ଼ି ପରି ହେଲେ
ଅନନ୍ତ ଅଗ୍ନିକୁ ସେ ଯିବ
ଛାଗ ସଦୃଶ ହେଲେ ମଳିନ ବସ୍ତ୍ର ଥିଲେ
ଅନ୍ଧାରେ ତାଙ୍କୁ ପକାଯିବ
ଯୀଶୁଙ୍କୁ ହୃଦେ ଧାରଣ ଯିଏ କରିବ
ଅନନ୍ତ ଶାସ୍ତିରୁ ସିଏ ରକ୍ଷା ପାଇବ...(୨ଥର)
ମଳିନତା ବସ୍ତ୍ର ସବୁ କର ହେ ଧୌତ...କର ହେ ଧୌତ..
=୨ =
କିଏ ସହି ପାରିବ କିଏ ଭୋଗି ପାରିବ
ନରକ ଦଣ୍ଡର ଯନ୍ତ୍ରଣା
ଅତୀବ ଭୟାନକ ମହା କଷ୍ଟ ଦାୟକ
ଜଳନ୍ତା ସେ ଅଗ୍ନି ଯାତନା ସେହି ଅନନ୍ତ ଶାସ୍ତି ହେବ ନାହିଁ ସମାପ୍ତି
ଶୁଭିବ କେବଳ କାନ୍ଦଣା
ବଞ୍ଚିବାକୁ ଚାହିଁଲେ କେତେ ବିକଳ ହେଲେ ନ ଥିବ ଦୟା କି କରୁଣା
ଆପଣା ପାପ ସ୍ବୀକାରି ଯିଏ ଫେରିବ
ନରକ ଦଣ୍ତରୁ ସିଏ ଉଦ୍ଧାର ହେବ...
କନ୍ୟା ରୂପେ ଆପଣାକୁ କର ସଜ୍ଜିତ...
କର ସଜ୍ଜିତ..
=end =

