କଣ୍ଠଦାନ - ଶଶାଙ୍କ ଶେଖର
ଗୀତ ରଚନା ଓ ସ୍ୱର ସଂଯୋଜନା - ଅମିତ୍ ବଡ଼ନାୟକ ସଙ୍ଗୀତ ପରିଚାଳନା - ବାପି ସାମଲ
Full Lyrics
ଏ ଜୀବନ ଦୀପ ଦିନେ ଲିଭିବ
ଜୀବନ ସଳିତା ଦିନେ ସରିବ..
ତୁ ଆସିଛୁ ଏକା ଏକା ଯିବୁ ଦିନେ ଏକା ଏକା...
ମୁଁ ଆସିଛି ଏକା ଏକା ଯିବି ଦିନେ ଏକା ଏକା...
ଏ ଜୀବନ ଦୀପ ଦିନେ ଲିଭିବ..(୨ଥର)
ଏ ଜଗତ ଛାଡ଼ି ଯିବାକୁ ହେବ
ଆ ଫେରିଆ ହେ ମାନବ ଦେ ସଜାଡ଼ି ତୋ ସ୍ୱଭାବ...(୨ଥର)..=୦=
- ସର୍ବ ଜଗତ କରି କି ଲାଭ ମୁକତି ନ ପାଇଲେ ମୂଲ୍ୟ ନ ଥିବ
କେତେ ସଞ୍ଚିଲେ ଯଶ ବିଭବ
ଯୀଶୁ ହୃଦେ ନ ଥିଲେ କ'ଣ ମିଳିବ
ଜୀବନ ସଳିତା ଦିନେ ସରିବ...(୨ଥର)
ଶରୀର ମାଟିରେ ବିଲୀନ ହେବ..
ଆ ଫେରିଆ ହେ ମାନବ ଦେ ସଜାଡ଼ି ତୋ ସ୍ୱଭାବ......(୨ଥର)..
2.ପାପରୁ ଫେରି ଯେଉଁ ମାନବ ନ୍ୟାୟ ଧର୍ମାଚରଣ ନିତି କରିବ
ତା ପାପ ସବୁ ଗଣା ନ ଯିବ
ସେ ଅବଶ୍ୟ ବଞ୍ଚିବ ନ ମରିବ...
ସୁଯୋଗ ରହିଛି ଯିଏ ଫେରିବ...(୨ଥର)
ପ୍ରଭୁଙ୍କ ସନ୍ତୋଷ ପାତ୍ର ସେ ହେବ..
ଆ ଫେରିଆ ହେ ମାନବ ଦେ ସଜାଡ଼ି ତୋ ସ୍ୱଭାବ......(୨ଥର)..

No comments:
Post a Comment