Full Lyrics
ସରଗ ରାଇଜ......ଯିବା ପାଇଁ ବନ୍ଧୁ ନୁହଁଇ ସହଜ
ଯିବା ପାଇଁ ବନ୍ଧୁ ନୁହଁଇ ସହଜ ....
ସରଗ ରାଇଜ ଯିବା ପାଇଁ ବନ୍ଧୁ ନୁହଁଇ ସହଜ (୨ଥର)
ଜୀବନ ପୁସ୍ତକେ ଯାର ନାହିଁ ନାମ
ଯୀଶୁଙ୍କ ଦୃଷ୍ଟିରେ ଯେ ଅଟେ ଅଧମ ମିଳେନା ତାଙ୍କୁ ସ୍ଥାନ
ଶୁଣି ଯାଅ ହେ ବିଶ୍ୱାସୀ ଗଣ.....
=୧ =
ଶିଶୁ ପରି ଏ ଜୀବନ ଯେ କରେ କାଳ କ୍ଷେପଣ
ମିଳେ ତାଙ୍କୁ ସ୍ୱର୍ଗେ ସ୍ଥାନ
ଆତ୍ମାରେ ଯେ ଦୀନହୀନ ଶୁଦ୍ଧ ଯା ଅନ୍ତଃକରଣ ଯାଏ ସେ ସ୍ୱର୍ଗ ଭୂବନ.....
ଧାର୍ମିକତା ପାଇଁ ଯିଏ ଭୋଗେ ତାଡନା କଷଣ ପାଏ ସେ ସ୍ୱର୍ଗେ ବିଶ୍ରାମ
କରେ ଯଦି ଯେଉଁ ଜନ ପିତାଙ୍କ ଇଛା ସାଧନ ତାଙ୍କ ପାଇଁ ସ୍ବର୍ଗ ଧାମ...
ଛୁଞ୍ଚି ଛିଦ୍ର ଦେଇ ଓଟ ଯାଇପାରେ
ଧନୀ ସ୍ୱର୍ଗ ଯିବା କଷ୍ଟ ହୋଇପାରେ ସତ୍ୟ ଏହି ବଚନ
ମାନି ଯାଅ ହେ ମାନବ ଗଣ.....
=୧=
ମିଥ୍ୟାଚାରୀ ବ୍ୟଭିଚାରୀ କିବା ନର ହତ୍ୟାକାରୀ
ଯିବେ ନାହିଁ ସ୍ୱର୍ଗ ଧାମ
ଦଳଭେଦ ମତଭେଦ ଥିଲେ ଶତ୍ରୁତା ବିବାଦ
ମିଳେ ନାହିଁ ସ୍ୱର୍ଗେ ସ୍ଥାନ.....
ମଦ୍ୟପାନ କରୁଥିଲେ ପରଦ୍ରବ୍ୟ ଲୁଣ୍ଠୁଥିଲେ ନାହିଁ ସରଗେ ବିଶ୍ରାମ
କାମୁକତା ଚୋର ହେଲେ ଧନ ପ୍ରତି ଲୋଭ କଲେ
ତାଙ୍କୁ ନାହିଁ ସ୍ୱର୍ଗେ ସ୍ଥାନ....
ପ୍ରତିମା ପୂଜକ କିଅବା ନିନ୍ଦକ
ପାଇବେନି କେବେ ସରଗର ସୁଖ
ତାଙ୍କୁ ନରକେ ସ୍ଥାନ
ବୁଝି ଯାଅ ହେ ସକଳ ଜନ....
.=end =

No comments:
Post a Comment