Favorite song
Lyrics
ହୋ.....ହୋ.......
ହୋ.....ହୋ.......
ଜନମିଲେ ପ୍ରଭୁ ଏ ଧରାଧାମେ..
ଯୀଶୁ ନାମ ଧରି ମର୍ତ୍ତ୍ୟ ଭୁବନେ …(2 ଥର )
ପାପୀର ଉଦ୍ଧାର କାରଣେ ....
ଉଦ୍ଧାର କାରଣେ .... (2 ଥର )
=1=
ପଣ୍ଡିତଗଣେ ଗଲେ ତାଙ୍କ ମୁଖ ଦର୍ଶନେ
ସୁନା, କୁନ୍ଦୁରୂ,ଗନ୍ଧରସରେ
ଭେଟିଦେଲେ ତାଙ୍କ ଚରଣେ
ହୋ .. ଦର୍ଶନ କରି ଫେରିଲେ ଆନନ୍ଦିତ ମନେ
ଶୁଭ ସମ୍ବାଦ ଜଣାଇଦେଲେ
ଅନେକ ସାଧୁଙ୍କ ଗହଣେ
ଜନମିଲେ ପ୍ରଭୁ ଏ ଧରାଧାମେ..
ଯୀଶୁ ନାମ ଧରି ମର୍ତ୍ତ୍ୟ ଭୁବନେ ... (2 ଥର )
ପାପୀର ମୁକତି କାରଣେ ମୁକତି କାରଣେ (2 ଥର )
=2=
ମେଷ ପାଳକେ ଉଲ୍ଲସିତ ତାଙ୍କ ଜନମେ
ଶୀତ ରାତିରେ ଭୟ ନ କରି
ରହିଥିଲେ ଆକୁଳ ପ୍ରାଣେ
ହୋ ..ଶାନ୍ତି ରାଜାଙ୍କୁ ଖୋଜୁଥିଲେ ନିଜ ଜୀବନେ
ଶୁଭ ଖବର ପାଇଲା ପରେ ବାହାରିଲେ ତାଙ୍କ ସନ୍ଧାନେ
ଜନମିଲେ ପ୍ରଭୁ ଏ ଧରାଧାମେ..
ଯୀଶୁ ନାମ ଧରି ମର୍ତ୍ତ୍ୟ ଭୁବନେ ... (2 ଥର )
ପାପୀର ଶାନ୍ତିର କାରଣେ ଶାନ୍ତିର କାରଣେ
ପାପୀର ଉଦ୍ଧାର କାରଣେ ...ଉଦ୍ଧାର କାରଣେ ..
ପାପୀର ମୁକତି କାରଣେ ମୁକତି କାରଣେ
ପାପୀର ଶାନ୍ତିର କାରଣେ ଶାନ୍ତିର କାରଣେ
=ସମାପ୍ତ=

No comments:
Post a Comment