- Song credits......
- Song - Bethalihima ( Full Video Song )
- Lyrics and Music .... Pradeep Kumar
- Singer- Amit Pani ( Gospel Singer
- Music Arrangement- Subham Samal ( Bapi )
- Recording and mixing - Pratibha Studio ( Cuttack )
- Producer - Naren Lima
Full Lyrics ( ଗୀତର ସମ୍ପୂର୍ଣ ଲେଖା )
ଆନନ୍ଦରେ ମନ ଝୁମି ଯାଉଛି ବେଥଲିହିମେ ଶିଶୁ ଯୀଶୁ ଜନମ ହୋଇଛି.. ଦେଖ ଆଜି ଧରା କମ୍ପି ଉଠୁଛି ମନର ସାଗରେ ଢେଉଁ ନାଚୁଛି (2 ଥର ) ଜନମିଲେ ତ୍ରାଣ କରତା ଶିଶୁ ଯୀଶୁ ମୁକତି ଦାତା (2 ଥର)
ଆନନ୍ଦରେ ମନ ଝୁମି ଯାଉଛି
ବେଥଲିହିମେ ଗୁହାଳେ ଜନମ ହୋଇଛି..
ଦୂର ଆକାଶେ ଦେଖ ସେ ତାରାଟେ ହସୁଛି (2 ଥର )
ଦେଖ ଆଜି ଧରା କମ୍ପି ଉଠୁଛି
=1=
ସେ ଶୁଭ ବାରତା ଦେଇଗଲେ ଦୂତ
ଜନମ ନେଲେ ପିତାଙ୍କ ଅଦ୍ଵିତ୍ୟ ପୁତ୍ର
ଆସହେ ସରବେ ଗାଇବା ଆନନ୍ଦେ
ଶିଶୁ ପ୍ରିୟ ଯୀଶୁ ନାମେ ପ୍ରସଂଶା ଗୀତ (2 ଥର )
ଅରପିବା କୁନ୍ଦୁରୁ ସୁନା
ଗାଈ ହାଲେଲୁୟା ହୋଶାନ ( 2 ଥର )
ଖୁସିର ଲହରୀ ନାଚି ଉଠୁଛି..
ବେଥଲିହିମେ ଗୁହାଳେ ଜନମ ହୋଇଛି..
ଦୂର ଆକାଶେ ଦେଖ ସେ ତାରାଟେ ହସୁଛି (2 ଥର )
ଦେଖ ଆଜି ଧରା କମ୍ପି ଉଠୁଛି
=2=
ମହା ପରିତ୍ରାଣ ଆସିଛି ଧରାରେ
ପରିତ୍ରାଣ ମିଳେ ସେହି ଯୀଶୁ ନାମରେ
ଆହାକି ମଧୁର ପ୍ରିୟ ଯୀଶୁ ନାମ
ଭଜିଲେ ଆନନ୍ଦ ମିଳେ ଏ ଜୀବନରେ (2 ଥର )
ମଧୁର ମହକ ସୁବାସେ
ଆନନ୍ଦରେ ମନ ହରଷେ ( 2 ଥର )
ମନବଗିଚାରେ ବାସି ଉଠୁଛି
ବେଥଲିହିମେ ଗୁହାଳେ ଜନମ ନେଇଛି..
ଦୂର ଆକାଶେ ଦେଖ ସେ ତାରାଟେ ହସୁଛି (ଥର )
=ସମାପ୍ତ=

No comments:
Post a Comment