SONG CREDITS :
- Song : Badadinara Abhinandan
- Singer : Humane Sagar (Ollywood Singer)
- Lyrics : Amit Badanayak (8895583382)
- Music : Amit Badanayak
- Arrangement & Programming : Bapi Samal
" Lyrics"
L ଯୀଶୁ ଜନମର ସୁଅଭିବାଦନ
ଘେନ ବନ୍ଧୁ ଗଣ ଶୁଭ ସମ୍ଭାଷଣ...
ଯୀଶୁ ଜନମର ସୁଅଭିବାଦନ
ଏ ବଡ଼ ଦିନର ଶୁଭ ସମ୍ଭାଷଣ (୨ଥର)
ଜଣାଉଛି ଏହି କ୍ଷଣ ଆହେ ପ୍ରିୟ ବନ୍ଧୁଗଣ...(୨ଥର)
କର ହେ ଗ୍ରହଣ...
ଅଭିନନ୍ଦନ ଘେନ ଅଭିନନ୍ଦନ..(୨ଥର) ......... =1=
ଆନନ୍ଦଜନକ ଏହି ସୁସମାଚାର...ସୁସମାଚାର
ଈଶ୍ଵରଙ୍କଦୂତ ମର୍ତ୍ତେ କଲେ ପ୍ରଚାର...କଲେ ପ୍ରଚାର
ମୁକ୍ତି ସାଧିବାକୁ ସାରା ବିଶ୍ୱ ଜନର...ବିଶ୍ଵ ଜନର
ଆସିଲେ ଧରାକୁ ଛାଡ଼ି ସରଗ ପୁର...ସରଗ ପୁର
ବାକ୍ୟରୂପୀ ଈଶ ସୂତ ଶିଶୁ ରୂପେ ହେଲେ ଜାତ...(୨ଥର)
ମାନବ କାରଣ...
ଅଭିନନ୍ଦନ ଘେନ ଅଭିନନ୍ଦନ ..(୨ଥର)........
=2=
ଆସିଅଛି ବୋଲି ଯୀଶୁଙ୍କ ଜନ୍ମ ଦିନ...ଜନମ ଦିନ
ଆନନ୍ଦେ ସଭିଙ୍କ ମନ ହୁଏ ଉଚ୍ଛନ୍ନ...ହୁଏ ଉଚ୍ଛନ୍ନ
ଆସ ଆସ ପ୍ରିୟ ଖ୍ରୀଷ୍ଟ ବିଶ୍ବାସୀ ଗଣ... ବିଶ୍ୱାସୀ ଗଣ
ମଧୁଗୀତି ଗାଇ କରିବା ଜୟଗାନ... ଜୟଗାନ
ପରସ୍ପର ମିଳିମିଶି ବାଣ୍ଟିନେବା ହସଖୁସି...(୨ଥର)
ହୋଇ ଏକ ମନ....
ଅଭିନନ୍ଦନ ଘେନ ଅଭିନନ୍ଦନ ..(୨ଥର)...........
=ସମାପ୍ତ=

No comments:
Post a Comment