Titel - Jeuthi Dhana Seithi Mana(ଯେଉଁଠି ଧନ ସେଇଠି ମନ)
• Gospel singer - Amit pani
• Music and Lyrics - Salem lima
• Producer - Daud majhi
• Music arrangement - Bapi shamal
FULL LYRICS -:
ଜୀବନ ଏ ମୋ ଜୀବନ
କାହିଁ କରୁ ତୁ ଅଭିମାନ (୨)
ଜୀବନରେ ଜୀବନ ଏ ମୋ ଜୀବନ
କାହିଁ କରୁ ଅଭିମାନ (୨)
ଜାଣିନୁକି ତୋର ଏଇ ଜୀବନ ଅଳପ କ୍ଷଣ
ଜାଣି ଜାଣି କାହିଁକି ତୁ କରୁଛୁ ଅଭିମାନ(୨)
=୧=
ସନ୍ଚୟ କରିବୁ କେତେ ଏହି ଜଗତର ଧନ
କୀଟ କଳଙ୍କ ତ ଲାଗିଲେ ଦିନେ
ହେବ ଯେ ତାହା ଲୀନ (୨)
ଯେଉଁଠି ଅଛି ତୋ ଧନ ସେଇଠି ଅଛି ତୋ ମନ
ଏହା ଯେ ଅଳପ କ୍ଷଣ ବୁଝିଯାରେ ତୁ ମୋ ପ୍ରାଣ
ଯଦି ଧନକୁ ମଣିବୁ ସର୍ବଦା ପ୍ରିୟତମ
ସ୍ବର୍ଗ ରାଜ୍ଯ ରେ ପ୍ରବେଶ କରିବା କଷ୍ଟ ଜାଣ (୨)
=୨=
ଧରିଦ୍ର ଭାବେ ଯେତେ ସବୁ କରନ୍ତି ଜୀବନ ଯାପନ
ଜଗତେ ତୋହର ଧନ ବାଣ୍ଟିଯା ଚକ୍ଷୁ ଅସମ (୨)
ସନ୍ଚିତ କରିବୁ ଯଦି ସ୍ଵର୍ଗ ରାଜ୍ୟରେ ତ ଧନ
ପାଇବୁ ସ୍ଵର୍ଗେ ପୁରସ୍କାର ସତ୍ୟ ଅଟେ ଏହି ମଚନ
ଯୀଶୁଙ୍କର ବାକ୍ୟ ଯେବେ କରିବୁ ସର୍ବଦା ଧ୍ୟାନ
ଜୀବନର ମୂଲ୍ୟ ତୁ ବୁଝିବୁ ମୋ ଜୀବନ (୨)
(ସମାପ୍ତ)

No comments:
Post a Comment