song:manisa jibana panira pataka
singer:Humman Sagar
" Favorite Lyrics "
ମଣିଷ ଜୀବନ ପାଣିର ଫୋଟକା
ଏଇ ଅଛି ଏଇ ନାହିଁ (୨ ଥର )
ଘାସ ଫୁଲ ସାଜି ଆସିଛି ସକାଳେ (୨ଥର )
ଶୋଇବୁ ସନ୍ଧ୍ୟାର କୋଳେ
ଏ ମଣିଷ କିଛି ଜାଣେନା ଏ ମଣିଷ କିଛି ଭୁଜେନା
ଏ ମଣିଷ କିଛି ବୁଝେନା କାହିକି (୨ ଥର )
ମଣିଷ ଜୀବନ ପାଣିର ଫୋଟକା ..
=୧=
ମରୀଚିକା ପଛେ ଧାଇଁଲେ ଆବେଗେ କାହିଁରେ ନଥିଲା ସୁଖ
ମିଛ ମାୟା ଯେତେ ମନ ଅଭିମାନେ ପାଇଲି ଯା ଖାଲି କ୍ଲେଶ
ପାଇଛି ଆଜି ମୁ ସେ ତ୍ରାଣକାରୀଙ୍କୁ (୨ ଥର )
ପାଇଛି ନୁଆ ଜୀବନ
ଏ ମଣିଷ କିଛି ଜାଣେନା ଏ ମଣିଷ କିଛି ଭୁଜେନା
ଏ ମଣିଷ କିଛି ବୁଝେନା କାହିକି (୨ ଥର )
ମଣିଷ ଜୀବନ ପାଣିର ଫୋଟକା ..
=୨=
ସବୁକିଛି ଦିନେ ଛାଡ଼ି ଚାଲିଯିବ ନ ସ୍ଵର ଏ ଜଗତରେ
ଥିବ କାଲି ଯାହା ଅକ୍ଷୟ ଅର୍ଜିତ ଅନନ୍ତ ସେ ଜୀବନରେ
ବୁଝିଛି ଆଜି ମୁ ସେ ପୂଣ୍ୟ ପ୍ରେମକୁ (୨ ଥର )
ନିବିଡ଼ ସେ ଭରସା କୁ
ଏ ମଣିଷ କିଛି ଜାଣେନା ଏ ମଣିଷ କିଛି ଭୁଜେନା
ଏ ମଣିଷ କିଛି ବୁଝେନା କାହିକି (୨ ଥର )
ମଣିଷ ଜୀବନ ପାଣିର ଫୋଟକା ..
=ସମାପ୍ତ =
