SINGER :Suhank Shekar
Producer :PRASAD LIMA
Lyrics
ପରିତ୍ଯକ୍ତ ପାପେ ଆଜି ମୁଁ ପାପେ ଆଜି
ସର୍ବହରା ଗଲି ସାଜି ମୁଁ ଗଲି ସାଜି
ପାପ ପଥେ ନିତି ଚାଲି ହଜି ଗଲି ମୁ
ତୁମ ବିରୁଦ୍ଧରେ ଯାଇ ହାରି ଗଲି ମୁ
ସରି ଗଲି ମୁ ସରି ଗଲି ପରିତ୍ଯକ୍ତ......
=୧=
କ୍ଷଣିକର ସୁଖ ପାଇଁ ଭୁଲି ତୁମ ପ୍ରେମ
ବିଳାସବ୍ୟସନେ ନିତି କାଟିଲି ଜୀବନ
ମିଛ ମାୟା ଏ ସଂସାର ସବୁ ଯେ ଅସାର
ତୁମେ ସତ୍ଯ ଚିରନ୍ତନ ଅସାର ରେ ସାର
ହେ ପ୍ରାଣନାଥ ଧରି ମୋ ହାତ ପାପରୁ କର ଉଦ୍ଧାର...
ପରିତ୍ଯକ୍ତ ....
=୨=
ପାପାତ୍ମର ମାୟା ଜାଲେ ଯାଇଅଛି ପଡ଼ି
କୁକ୍ରିୟା ଓ କଳୁଷରେ ରହିଛି ମୁଁ ବୁଡ଼ି
ଆଣ୍ଠୁ ଭାଙ୍ଗି ଅନୁତାପେ କରୁଛି ରୋଦନ
ଆହେ କ୍ଷମାମୟ ମୋର ପାପ କ୍ଷମା କର
ତବ ରକତେ ଧୋଇ ହେ ମୋତେ ସମ୍ପୂର୍ଣ୍ଣ କର ନୂତନ...
ପରିତ୍ୟକ୍ତ...
=End=
