- Singer- MISS RANI
- Lyrics - SUDHANT BARDHAN ( 6370741624)
- Composition & Music - SALEM LIMMA
- Producer : ANAND BHAI
- Music Arrangement - BAPI SAMAL
** FULL LYRICS **
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)*୨
ଶୁଣ ପ୍ରଭୁ (ମୋହର ଦୁଃଖ ଗୁହାରୀ)*୨
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)*୨
ଶୁଣ ପ୍ରଭୁ (ମୋହର ଦୁଃଖ ଗୁହାରୀ)*୨
କ୍ଷୀଣ ହୋଇଅଛି ବଳ ଶକ୍ତି ମୋହରି
ଦିଅ ପ୍ପ୍ରଭୁ ମୋତେ ବଳ ଶକ୍ତି ତୁମରି (୨)
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)
=୧=
ମୋ ଭଙ୍ଗା ହୃଦୟ ହୋଇଅଛି ପ୍ରଭୁ
ଏଠି ମରୁଭୂମି ପରି
ମୋର ଅଶ୍ରୁପାତ ଝରିଯାଉଅଛି
ତୀବ୍ର ଜଳରାଶି ପରି -
ଜୀବନର ଏହି ଚଲାପଥେ ମୋର
ହସ୍ତ ଦିଅ ହେ ବିସ୍ତାରୀ
ତୁମ ବାହୁ ତଳେ ଆଶ୍ରା ଦେଇ ମୋତେ
ବକ୍ଷରେ ରଖ ଆବୋରି
ତୁମ ବିନା ପ୍ରଭୁ କେହି ନୁହେଁ ମୋହରି
ତୁମେ ଏକା ମୋର ଜୀବନ ରକ୍ଷା କାରୀ (୨)
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)
=୨=
ମୁଁ ତୁମ୍ଭ ଦୃଷ୍ଟିରେ ସବୁବେଳେ ଯୀଶୁ
ମନ୍ଦ କର୍ମ ହିଁ କରିଛି
ମୋର ଅଧର୍ମ କୁ ତୁମ୍ଭ ସମ୍ମୁଖରେ
ମୁଁ ଯେ ସ୍ୱୀକାର କରୁଛି
ହୋ . ପ୍ରକ୍ଷାଳନ କର ତୁମେ ମୋତେ ଯୀଶୁ
ତହିଁରେ ମୁଁ ଶୁଚି ହେବି
ହିମ ଠାରୁ ଶୁକ୍ଳ ହୋଇ ମୁଁ ଜଗତେ
ତୁମ ନାମ ଭଜୁଥିବି
ହରାଇଛି ଶାନ୍ତି ହୃଦୟ ଯେ ମୋହରି
ଦିଅ ପ୍ରିୟ ପ୍ରଭୁ ସ୍ୱର୍ଗ ସୁଖ ତୁମରି
ହେ ମୋର (ପ୍ରାର୍ଥନା ଶ୍ରବଣକାରୀ)*୨
ଶୁଣ ପ୍ରଭୁ (ମୋହର ଦୁଃଖ ଗୁହାରୀ)*୨
(ପ୍ରାର୍ଥନା ଶ୍ରବଣକାରୀ)*
ଶୁଣ ପ୍ରଭୁ ଦୁଃଖ ଗୁହାରୀ
=ସମାପ୍ତ =

No comments:
Post a Comment