- SONG : କମ୍ପିଉଠେ ଏ ଧରା ଧାମ (Lyrical Video)
- CHRISTIAN ALBUM : Paribartana 2
- SINGER : Amit Pani
- LYRICS : Amit Badanayak
Favorite song
କମ୍ପି ଉଠେ ଏ ଧରାଧାମ
ନେଲେ ବୋଲି ଯୀଶୁ ଜନମ
ଝୁମି ଉଠେ ଏ ତନୁ ପ୍ରାଣ
ନେଲେ ବୋଲି ଯୀଶୁ ଜନମ
ହସୁଛି ନୀଳ ଗଗନ ନାଚୁଛି ଗିରି କାନନ
ଆନନ୍ଦିତ ଲାଗେ ଏ ମନ ଉଲ୍ଲସିତ ହୁଏ ଏ ପ୍ରାଣ…
=1=
ସୃଷ୍ଟି କାଳାବଧି ଯାହାଙ୍କ ବିଷୟ
ଧର୍ମ ଶାସ୍ତ୍ରେ ଥିଲା ଲିଖିତ
ପ୍ରତିଜ୍ଞାନୁସାରେ ପ୍ରତିଜ୍ଞାତ ସୂତ
କଲେ ତାହା ସଫଳିକୃତ
ପିତାଙ୍କ ଆଦେଶମାନ
ମାନିଲେ ଯୀଶୁ ରାଜନ
ଆନନ୍ଦିତ ଲାଗେ ଏ ମନ ଉଲ୍ଲସିତ ହୁଏ ଏ ପ୍ରାଣ…
=2=
ସରଗର ଦୂତ ହୋଇ ଉପସ୍ଥିତ
କହିଲେ ନ ହୁଅ ଭୟାର୍ତ୍ତ
ଅଦ୍ୱିତୀୟ ପୁତ୍ର ହୋଇଛନ୍ତି ଜାତ
ପାପ ତାପ କରିବେ ଧୌତ
ମାନବ ରୂପ ଧରିଣ ଆସିଲେ ମର୍ତ୍ତ୍ୟ ଭୂବନ
ଆନନ୍ଦିତ ଲାଗେ ଏ ମନ ଉଲ୍ଲସିତ ହୁଏ ଏ ପ୍ରାଣ.…
=ସମାପ୍ତ=

No comments:
Post a Comment