- Song : Dhanya Dhanya (Studio Version)
- Singer : Amit Pani (Gospel Singer)
- Lyrics : Amit Badanayak
- Music Composition : Amit Badanayak
Full Lyrics
ଯାହାଙ୍କ ମହିମା ଗାଏ ଗିରିବନ
ଯାହାଙ୍କ ପ୍ରଶଂସା କରେ ତ୍ରିଭୁବନ
ସେ ନାମ ହେଉ ଧନ୍ୟ ଧନ୍ୟ...ହୋ
ସେ ନାମେ ଅନ୍ଧର ଫିଟଇ ନୟନ
ସେ ନାମେ ବଧିର କରଇ ଶ୍ରବଣ
ସେହି ନାମ ମୋ ଯୀଶୁ ନାମ...
ସେ ନାମ ହେଉ ଧନ୍ୟ ଧନ୍ୟ..(୨ଥର).....
=1=
ମହାଶ୍ଚର୍ଯ୍ୟ କର୍ମ ସବୁ ସାଧ୍ୟ ହୁଏ ସେହି ନାମେ
ସାମୁଦ୍ରିକ ଘୂର୍ଣ୍ଣିଝଡ଼ ସ୍ଥିର ହୁଏ ସେହି ନାମେ..
ମୃତକର ପ୍ରାଣବାୟୁ ଫେରିଆସେ ସେହି ନାମେ
ଚିରସ୍ଥାୟୀ ରୋଗ ସବୁ ସୁସ୍ଥ ହୁଏ ସେହି ନାମେ...
ସେ ନାମେ ନିର୍ବୋଧ ହୁଏ ବୁଦ୍ଧିମାନ
ସେ ନାମେ ଦୁର୍ବଳ ହୁଏ ବଳବାନ
ସେହି ନାମ ମୋ ଯୀଶୁ ନାମ...
ସେ ନାମ ହେଉ ଧନ୍ୟ ଧନ୍ୟ..(୨ଥର).....
=2=
ପାତକୀର ପାପ ସବୁ କ୍ଷମା ହୁଏ ସେହି ନାମେ
ଦୟା କ୍ଷମା ଶାନ୍ତି ମୁକ୍ତି ପ୍ରେମ ମିଳେ ସେହି ନାମେ
ସରଗରେ ରହିବାକୁ ସ୍ଥାନ ମିଳେ ସେହି ନାମେ
କ୍ଷୁଧା ତୃଷା ଭୟ ଭ୍ରାନ୍ତି ଦୂର ହୁଏ ସେହି ନାମେ
ସେନାମେ ମିଳଇ ଅନନ୍ତ ଜୀବନ
ସେମାନେ ରହିଛି ମହା ପରିତ୍ରାଣ
ସେହି ନାମ ମୋ ଯୀଶୁ ନାମ...
ସେ ନାମ ହେଉ ଧନ୍ୟ ଧନ୍ୟ..(୨ଥର).....
=end=

No comments:
Post a Comment